ଗିରଫ ହେଲେ ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ

ନୂଆଦିଲ୍ଲୀ: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ରାହତ ତାଙ୍କ ସଙ୍ଗୀତ ପ୍ରଦର୍ଶନ ପାଇଁ ଦୁବାଇ ଯାଇଥିଲେ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ରାହତ ଫତେହ ଅଲି ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ଏହି ଗାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ, ରାହତ ଫତେହ ଅଲି ଖାନଙ୍କୁ ୟୁଏଇରେ ରହିବା ସମୟରେ ବୁର୍ଜ ଦୁବାଇ ପୋଲିସ ଷ୍ଟେସନରେ ଅଟକ ରଖାଯାଇଥିଲା। ପ୍ରକାଶ ଯେ, ଦୀର୍ଘ ଦିନ ଧରି ରାହତ ଫତେହ ଅଲି ଖାନ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ମଧ୍ୟରେ ତିକ୍ତତା ଚାଲିଛି। ଦୁବାଇ ତଥା ଅନ୍ୟାନ୍ୟ ସହରରେ ଗାୟକଙ୍କ ବିରୋଧରେ ସଲମାନ ଅହମ୍ମଦ ମାମଲା ଦାୟର କରିଛନ୍ତି। ଏହା ପୂର୍ବରୁ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ରାହତ ଫତେହ ଅଲି ଖାନଙ୍କ ଉପରେ କଟକଣା ଲଗାଇଥିଲା। ୧୨ ବର୍ଷ ମଧ୍ୟରେ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ସଂଗୀତ କନ୍ସର୍ଟରୁ ରାହତ ପ୍ରାୟ ୮୦ ଲକ୍ଷ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ ଗାୟକଙ୍କ ବିରୋଧରେ ଅର୍ଥ ହେରଫେର ତଥା ଟିକସ ଫାଙ୍କିବା ଅଭିଯୋଗର ଏଜେନ୍ସି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button