କରୋନା ମାଡ଼, ମହଙ୍ଗା ଭତ୍ତା ବୃଦ୍ଧି ସ୍ଥଗିତ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ବୃଦ୍ଧିକୁ ସରକାର ସ୍ଥଗିତ ରଖିଛନ୍ତି । ଜୁଲାଇ ୧, ୨୦୨୧ ରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି ହେବାକୁ ଥିବା ବେଳେ ଏହାକୁ ବୃଦ୍ଧି କରାଯିବ ନାହିଁ । କରୋନା ପାଇଁ ଏହି ଭତ୍ତା ବୃଦ୍ଧିକୁ ସ୍ଥଗିତ ରଖାଯାଇଛି । ତେବେ ବର୍ତ୍ତମାନ ମିଳୁଥିବା ମହଙ୍ଗା ଭତ୍ତା ଦିଆଯିବ । ଅନ୍ୟପଟେ ଜାନୁଆରୀ ୧, ୨୦୨୦ ଜୁନ ୩୦, ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବାବଦ ବକେୟା କିସ୍ତି ପ୍ରଦାନକୁ ମଧ୍ୟ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରୀ ଓ ପେନସନ ଭୋଗୀ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି ।

Related Articles

Leave a Reply

Your email address will not be published.

Back to top button