ଉତ୍ତରପ୍ରଦେଶର ସତସଙ୍ଗରେ ଅଘଟଣ: ୨୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସତସଙ୍ଗରେ ଭାଗ ନେବାକୁ ଏଠାକୁ ଆସିଥିବା ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏଟା ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ଭୋଲେ ବାବାଙ୍କ ସତସଙ୍ଗରେ ଦଳା ଚକଟା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏଟା ସିଏମଓ ଡ ଉମେଶ କୁମାର ତ୍ରିପାଠୀ ୨୭ ମୃତଦେହକୁ ନିଶ୍ଚିତ କରିଛନ୍ତି। ନିହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧ ପୁରୁଷ, ୨୩ ମହିଳା ଏବଂ ୩ ଶିଶୁ ଅଛନ୍ତି। ସୂଚନାନୁସାରେ, ହଥରସ ଜିଲ୍ଲାର ସିକନ୍ଦରାଉ ଥାନାର ଫୁଲରଇ ଗ୍ରାମରେ ଚାଲିଥିବା ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଠେଲା ପେଲା ହୋଇଥିଲା। ଏହି ସମୟ ମଧ୍ୟରେ ଦଳା ଚକଟା ଯୋଗୁଁ ଅନେକ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମୃତଦେହକୁ ଏଟା ମେଡିକାଲ କଲେଜକୁ ନିଆଯାଇଛି।

Related Articles

Leave a Reply

Your email address will not be published.

Back to top button