ମୋବାଇଲ୍ ଶୁଳ୍କ ବୃଦ୍ଧି କଲା ରିଲାଏନ୍ସ ଜିଓ, ଆରମ୍ଭ କଲା ନୂତନ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ଜୁଲାଇ 3, 2024 ରୁ କାର୍ଯ୍ୟକାରୀ ହେବ। ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ମାସିକ ଯୋଜନା ପାଇଁ 28 ଦିନ ବୈଧତା ସହିତ 155 ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ 189 ଟଙ୍କା ଦେବାକୁ ପଡିବ। 209 ଟଙ୍କା ଯୋଜନା ପାଇଁ ଆପଣଙ୍କୁ 249 ଟଙ୍କା ଦେବାକୁ ପଡିବ, 239 ଟଙ୍କା ପାଇଁ ଆପଣଙ୍କୁ 299 ଟଙ୍କା ଦେବାକୁ ପଡିବ, 299 ଟଙ୍କା ପାଇଁ ଆପଣଙ୍କୁ 349 ଟଙ୍କା ଦେବାକୁ ପଡିବ। 28 ଦିନିଆ 349 ଟଙ୍କା ଯୋଜନା ପାଇଁ ଯେଉଁଥିରେ ପ୍ରତିଦିନ 2.5 ଜିବି ଡାଟା ଉପଲବ୍ଧ ଥିଲା, 399 ଟଙ୍କା ଦେବାକୁ ପଡି। 399 ଟଙ୍କା ଯୋଜନା ପାଇଁ, ଆପଣଙ୍କୁ 449 ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ 3 ଜିବି ଡାଟା ପାଇବେ।

Related Articles

Leave a Reply

Your email address will not be published.

Back to top button