ଦ୍ଵିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା
ନୂଆଦିଲ୍ଲୀ: ଓମ୍ ବିର୍ଲା ଧ୍ୱନି ମତ ଦ୍ୱାରା ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଆଜି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଓମ ବିର୍ଲା କଂଗ୍ରେସର କୋଡିକୁନିଲ ସୁରେଶ (କେ ସୁରେଶ) ଙ୍କୁ ପରାସ୍ତ କରିଛନ୍ତି। ବିରୋଧୀ ଦଳ ‘ଇଣ୍ଡିଆ’ ମେଣ୍ଟ ଶେଷ ମୁହୂର୍ତ୍ତରେ ଲୋକସଭା ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା, ଯେତେବେଳେ ବରିଷ୍ଠ ବିଜେପି ନେତାମାନେ ବିରୋଧୀ ଦଳର ସର୍ତ୍ତ ଗ୍ରହଣ କରିନଥିଲେ। ବିରୋଧୀ ଦଳକୁ ଉପ-ବାଚସ୍ପତି ପଦ ଦେବା ପାଇଁ ସେମାନେ ସର୍ତ୍ତ ରଖିଥିଲେ। କିନ୍ତୁ ଏନଡିଏ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା।