ଆସନ୍ତାକାଲି ଲୋକସଭାରେ ହେବ ବାଚସ୍ପତି ନିର୍ବାଚନ: ସାଂସଦମାନଙ୍କୁ ହ୍ଵିପ ଜାରି କଲେ ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ଲୋକସଭାରେ ନିଜର ସାଂସଦମାନଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବାକୁ କହିଛି। କଂଗ୍ରେସ ସଂସଦୀୟ ଦଳ ପକ୍ଷରୁ ସାଂସଦମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, “ଆସନ୍ତାକାଲି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ। ଲୋକସଭାରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଅନୁରୋଧ। ସକାଳ ୧୧ ଟାରୁ ଗୃହ ମୁଲତବୀ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ଏହି ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯିବା ଉଚିତ୍। କଂଗ୍ରେସର ଏହି ହ୍ଵିପ କେ ସୁରେଶଙ୍କ ଦ୍ଵାରା ଜାରି କରାଯାଇଛି, ଯିଏକି ବିରୋଧୀ ଦଳର ଲୋକସଭା ବାଚସ୍ପତି ପ୍ରାର୍ଥୀ ଅଟନ୍ତି। ସେହିଭଳି ବିଜେପି ଏହାର ସମସ୍ତ ସାଂସଦଙ୍କୁ ଏକ ହ୍ଵିପ ଜାରି କରି ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଅଧିବେଶନରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ, ୧୯୫୨ ପରଠାରୁ ପ୍ରଥମ ଥର ପାଇଁ ୧୮ ତମ ଲୋକସଭାରେ ବାଚସ୍ପତି ପଦ ପାଇଁ ଲଢେଇ ହେବ। ବାସ୍ତବରେ, ଏନଡିଏର ଓମ ବିର୍ଲା ଏବଂ I.N.D.I.A ମେଣ୍ଟରୁ କେ ସୁରେଶ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ପ୍ରାରମ୍ଭରେ ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀଙ୍କ ମଧ୍ୟରେ ଏକ ସହମତି ଥିବା ପରି ମନେ ହେଉଥିଲା କିନ୍ତୁ ପରେ ଉପ ବାଚସ୍ପତି ପଦବୀ ତାଙ୍କୁ ଦିଆଯାଉ ବୋଲି ବିରୋଧୀ ଦାବି କରିଥିଲେ ମଧ୍ୟ ଏନଡିଏ ସର୍ତ୍ତମୂଳକ ସମର୍ଥନ ଗ୍ରହଣ କରିବାକୁ ମନା କରିଦେଇଥିଲା। ଯାହାଫଳରେ ସହମତି ହୋଇପାରିଲା ନାହିଁ।

Related Articles

Leave a Reply

Your email address will not be published.

Back to top button