ରାମୋଜୀ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଗଣମାଧ୍ୟମ ତଥା ଚଳଚିତ୍ର ବ୍ୟକ୍ତିତ୍ବ ରାମୋଜୀ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ରାମୋଜୀ ରାଓ ଭାରତର ବିକାଶ କରିବା ଦିଗରେ ଯଥେଷ୍ଠ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଏକ ଟୁଇଟ କରି ଶ୍ରୀ ମୋଦି କହିଛନ୍ତି ଯେ,“ଶ୍ରୀ ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ଏକ ବିପ୍ଳବ ସୃଷ୍ଟି କରିଥିଲେ। ତାଙ୍କର ଅତୂଳନୀୟ ଅବଦାନ ପାଇଁ ଦେଶର ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ତାଙ୍କର ଉଲ୍ଲେଖନୀୟ ପ୍ରୟାସ ମାଧ୍ୟମରେ ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ନୂତନତା ଏବଂ ଉତ୍କର୍ଷତା ପାଇଁ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି। ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ମୁଁ ସୌଭାଗ୍ୟବଶତଃ ତାଙ୍କ ସହ ଯୋଗାଯୋଗ କରିବା ଏବଂ ତାଙ୍କ ଜ୍ଞାନରୁ ଉପକୃତ ହେବା ପାଇଁ ଅନେକ ସୁଯୋଗ ପାଇଛି। ଏହି କଷ୍ଟ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି”

Related Articles

Leave a Reply

Your email address will not be published.

Back to top button