ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇପିଏସ୍

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରେମ ପ୍ରକାଶ ମାଫିଆ ଅତିକ୍ ଅହମ୍ମଦ ଏବଂ ମୁଖତାର୍ ଅନସାରୀଙ୍କ ଉପରେ ଏକ ବଡ଼ ଖୁଲାସା କରିଛନ୍ତି। ଆଜି ନିଜେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ୍ ପ୍ରେମ ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖତାର୍ ଙ୍କୁ ଆଣିବାବେଳେ ଲୋକମାନେ ଭୟ କରୁଥିଲେ ଯେ ଗାଡିଟି ଓଲଟି ପଡିବ। କିନ୍ତୁ ଆମେ ଏହା ହେବାକୁ ଦେଇନଥିଲୁ। ଆମ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ ବିଶ୍ଵାସ କରିଥିଲୁ। ପ୍ରକାଶ ଦାବି କରିଛନ୍ତି ଯେ, ଏସପି ସରକାରରେ ଡିଏମ୍ ଏବଂ ଏସପିଙ୍କ ନାମ ଅତିକ୍ ଏବଂ ମୁଖତାରଙ୍କ ଘରେ ସ୍ଥିର କରାଯାଉଥିଲା। ଅତିକ୍ ହତ୍ୟାକାଣ୍ଡରେ ପୂର୍ବତନ ଅଧିକାରୀ କହିଛନ୍ତି ଯେ, ଯିଏ ଯେଉଁ କାମ କରିବ ସେ ସେହିଭଳି ଫଳ ପାଇବ। ଯିଏ ଅନ୍ୟ ଉପରେ ଗୁଳି ଚଳାଏ, କୌଣସି ନା କୌଣସି ଦିନ ତାଙ୍କ ଉପରେ ଗୁଳି ଚାଲିଥାଏ। ଏହା ବଦମାସ ଲୋକଙ୍କ ମଧ୍ୟରେ ଲଢେଇ ଥିଲା। ଯେଉଁମାନେ ଶିକାର ହୋଇଥିଲେ ସେମାନେ ଏହାର ପ୍ରତିଶୋଧ ନେଇଥିଲେ।

Related Articles

Leave a Reply

Your email address will not be published.

Back to top button