୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଉକ୍ରଟ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ପଡିଛି ରାଜ୍ୟ ସରକାରଙ୍କ । ଟିକାଦାନ ହୋଇପାରିନଥିବା ଜିଲ୍ଲା ଭିତରେ ସମ୍ବଲପୁର, ପୁରୀ, ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ଗଜପତି, ଢେ଼ଙ୍କାନାଳ, କୋରାପୁଟ, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲା ରହିଛି । ପୂର୍ବରୁ ରାଜ୍ୟରେ ଯେଉଁଠି ୧୪୭୬ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯାଉଥିଲା ମାତ୍ର ୪୯୫ ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯାଇଛି । ଟିକା ନେଇଛନ୍ତି ମାତ୍ର ୬୬,୭୮୭ ଜଣ । ତହିଁରୁ ୭,୦୫୬ ଜଣ କୋଭାକ୍ସିନ ନେଇଥିବା ବେଳେ ୫୯,୭୩୧ ଜଣଙ୍କୁ ‘କୋଭିସିଲଡ’ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ଦୁଇ ଦୁଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସତ୍ତ୍ୱେ ଟିକାର ଅଭାବ ଦୂର ହୋଇପାରିନାହିଁ । ଫଳରେ ଦୈନିକ ୨ ଲକ୍ଷ ଟିକାକରଣ ବଦଳରେ ରାଜ୍ୟରେ ୧ ଲକ୍ଷରୁ ମଧ୍ୟ ଲୋକଙ୍କୁ ଟିକା ଦିଆଯାଇଛି । ଏଥିରେ ୪୫ ବର୍ଷରୁ ଅଧିକ ୫୭,୦୧୧ ଜଣଙ୍କୁ ପ୍ରଥମ ଓ ୭୭୪୨ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ୬୦ ବର୍ଷରୁ ଅଧିକ କୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯବ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ରାଜ୍ୟରେ ସମୁଦାୟ ଭାବେ ୪୫ ଲକ୍ଷ ୮୫ ହଜାର ୦୪୯ ଜଣ ଟିକା ନେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button