ମୋଦିଙ୍କ ତେରଚ୍ଛା ବାଣ, ଓଡିଶାରେ ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ପ୍ରଚାରରେ ଆସି ବିଜେଡି ସରକାର ଉପରେ ବେଶ ବର୍ଷିଛନ୍ତି। ସେ ବ୍ରହ୍ମପୁରରେ ଓଡିଶାରେ ଡବଲ ଇଂଜିନି ହେବ ବୋଲି କହିଥିଲେ। ଏପରିକି ବିଜେପି ଆସନ୍ତା ଜୁନ ୧୦ ତାରିଖରେ ଓଡିଶାରେ ସରକାର ପାଇଁ ଶପଥ ନେବ ବୋଲି ଘୋଷଣା ମଧ୍ୟ କରିଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସେହିପରି ନବରଙ୍ଗପୁରରେ ମୋଦି ମଧ୍ୟ ଅନୁରୂପ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ବିଜେପିର ଜଣେ ଓଡିଆ ଓଡିଶାର ମୁଖ୍ୟମନ୍ତ୍ରୀ ହେବ। କୌଣସି ବାହାର ବ୍ୟକ୍ତି ନୁହେଁ। ସେ କହିଛନ୍ତି ଯେ, ଓଡିଶା ଜଣେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଛନ୍ତି। ସେହିପରି ଓଡିଶାର ଜଣେ ଓଡିଆ ପୁଅ ହେଉ କିମ୍ବା ଝିଅ. ସେ ଆପଣଙ୍କର ମୁଖ୍ୟମନ୍ତ୍ରୀ ହେବ। ପ୍ରଧାନମନ୍ତ୍ରୀ ପରୋକ୍ଷରେ କାର୍ତ୍ତିର ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିଲେ ବୋଲି ସ୍ପଷ୍ଟ ହୋଇଛି।

Related Articles

Leave a Reply

Your email address will not be published.

Back to top button