କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ

ଭୁବନେଶ୍ବର: ପ୍ରଥମେ ବିଜେଡିରେ ଥିଲେ। ଟିକେଟ ମିଳିବାର ସମ୍ଭାବନା ନ ଥିବାରୁ ବିଜେପିରେ ମିଶିଲେ। ହେଲେ ବିଜେପିରେ ମଧ୍ୟ ସେଇ କଥା। ତାଙ୍କୁ ବରୀ ଆସନରେ ଟିକେଟ ମିଳିଲା ନାହିଁ। ଫଳରେ ହତାଶ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ। ମାତ୍ର କଂଗ୍ରେସରୁ ପ୍ରତିଶୃତି ମିଳିବା ପରେ ସେ ଆଜି କଂଗ୍ରେସରେ ହେଲେ ସାମିଲ। କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦେବାଶିଷ ହାତ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଶୀଷ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ଟିକିଏ ଭୁଲ ହୋଇଗଲା। ଏଠି ବିଜେଡି ବିଜେପି ଗୋଟିଏ। ଏବେ କଂଗ୍ରେସରେ ଯୋଗଦେଇ ମୁଁ ବେଶ ଖୁସି ବୋଲି ଦେବାଶୀଷ କହିଛନ୍ତି। ତେବେ କଂଗ୍ରେସ ବରୀରୁ ଆରତି ଦେଓଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ବର୍ତ୍ତମାନ ଦେବାଶିଷ ଯୋଗଦେବା ପରେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button