ଅକ୍ଷୟ ତୃତୀୟାରୁ ଚନ୍ଦନ ଯାତ୍ରା, ଚାପ ଖେଳିବେ ମହାପ୍ରଭୁ

ଭୁବନେଶ୍ବର: ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବେଜୟନ୍ତୀରେ ଚାପ ଖେଳିବେ ମହରପ୍ରଭୁଙ୍କ ଚଳନ୍ତି ପ୍ରତିମା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଚନ୍ଦନଯାତ୍ରା ଶେଷପରେ ନରେନ୍ଦ୍ରର ଗଭୀର ଜଳରାଶିରେ ବୁଡି ରହିଥିବା ନନ୍ଦା, ଭଦ୍ରା ବୈଜୟନ୍ତୀଙ୍କୁ ମଙ୍ଗଳବାର ପାଣି ଉପରକୁ ଉଠାଯାଇଛି। ଭୋଇ ସେବକମାନେ ପାଣିରେ ବୁଡି ମୋଟ ୫ଟି ଡଙ୍ଗାକୁ ଉପରକୁ ଆଣିଛନ୍ତି। ସୂଚନାଯୋଗ୍ୟ, ଚନ୍ଦଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସମେତ ପଞ୍ଚ ପାଣ୍ଡବ ଚାପ ଖେଳିବେ। ଏଥିପାଇଁ ନରେନ୍ଦ୍ର ପୋଖରୀ ସୁସଜ୍ଜିତ କରିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published.

Back to top button