ହାଇଦର ସହଯୋଗୀର ଆତ୍ମ ସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।  ହାଇଦର ସହଯୋଗୀ ସଲୁ ଓରଫ ୟାକୁବର ଆତ୍ମସମର୍ପଣ କରିଥିବା ଜଣାପଡିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ ।  ଏସସିବିରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ  । ହାଇଦର ସମ୍ବଲପୁରରୁ ଗଲା ଦୁଇମାସ ତଳେ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବାବେଳେ ମହାନଦୀବିହାରର ୟାକୁବ  ତାକୁ ସେଠାରେ ଭେଟିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲା। ୟାକୁବର କହିବା ଅନୁଯାୟୀ, ଯୋବ୍ରା ରହେମାନ ଛକରେ ଥିବା ହାଇଦର୍‌ର ଧରମପୁଅ ତାକୁ ଦୁଇମାସ ତଳେ ବଡ଼ ଡାକ୍ତରଖାନାରେ ହାଇଦର୍‌ ସହିତ ପରିଚୟ କରାଇଥିଲା। ସେଦିନ ମଙ୍ଗଳବାର ଥାଏ ବୋଲି ୟାକୁବ  କହିଥିଲା। ହାଇଦର ଫେରାର ହେବା ପରେ ପୁଲିସ ବଡ଼ ଡାକ୍ତରଖାନାରୁ ଜବତ କରିଥିବା ସିସି କ୍ୟାମେରା ଫୁଟେଜ୍‌ ଆଧାରରେ ୟାକୁବ  ମହାନଦୀବିହାର ଘରେ ଶନିବାର ରାତି ଗୋଟାଏ ଓ ୩ଟାରେ ଦୁଇଥର ଚଢ଼ାଉ କରିଥିବା ସେ ସୂଚନା ଦେଇଥିଲା । ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌ ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲ୍‌ର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଗତ ଶନିବାର  ଫେରାର୍‌ ହୋଇଯାଇଥିଲା । ହାଇଦର୍‌ର ପହରା ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ ଖୁଆଇ, ପିଆଇ କିମ୍ବା ଶୁଂଘାଇ ସେ ଚମ୍ପଟ ମାରିଥିଲା ।  ଏ ଖବର ପ୍ରଚାରିତ ହେବା ପରେ କଟକ ପୁଲିସ ହାଇଦର୍‌କୁ ଖୋଜିବା ପାଇଁ ସହରର ସମସ୍ତ ସୀମା ସିଲ୍‌ କରି ତନାଘନା ଜାରି ରଖିଥିଲା ।  ଉପକୂଳର ୪ଟି ଜିଲ୍ଲା ପୁଲିସକୁ ଏନେଇ ଆଲର୍ଟରେ ରଖାଯାଇଥିଲା ।  ଏପରିକି ହାଇଦର୍‌କୁ ଖୋଜିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିଲା । ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍ । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁରର ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସ୍ପିଙ୍କୁ ଖବର ଦିଆଯାଇଛି । କାରଣ, ପଶ୍ଚିମବଙ୍ଗ ସୀମା ଦେଇ ଖସିବାର ଉଦ୍ୟମ କରିବାର ଆଶଙ୍କା ଥିବାରୁ ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button