ମନୀଷ ସିସୋଦିଆଙ୍କୁ ନାହିଁ ଆଶ୍ବସ୍ତି, ୨୬ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବଢାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣିଥରେ ଝଟକ ଲାଗିଛି। ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟ ଏପ୍ରିଲ୍ ୨୬ ତାରିଖ ୧୧ ଟା ସମୟରେ ଶୁଣାଣି କରିବେ। ଶୁଣାଣି ସମୟରେ କୋର୍ଟ ସେହି ଅଭିଯୁକ୍ତମାନଙ୍କୁ ସେହି ଦଲିଲଗୁଡ଼ିକର ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାର ଯାଞ୍ଚ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାପୂର୍ବରୁ କୋର୍ଟ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Related Articles

Leave a Reply

Your email address will not be published.

Back to top button