ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ୬.୩ ତୀବ୍ରତା

ନୂଆଦିଲ୍ଲୀ: ଆଜି ଜାପାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେ ମାପ କରାଯାଇଛି। ଜାପାନର ହୋଂଶୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଏହା ଅନୁଭୂତ ହୋଇଥିଲା। ଜାପାନରେ ଏହି ଭୂକମ୍ପ ଏପରି ଏକ ସମୟରେ ଆସିଛି ଯେତେବେଳେ ବୁଧବାର ଦିନ ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଏକ ବଡ଼ ଭୂକମ୍ପ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଖବର ଅଛି।

Related Articles

Leave a Reply

Your email address will not be published.

Back to top button