ଓଡ଼ିଶାରେ ପହଞ୍ଚିଲା ଟିକା

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲା ୨ ଲକ୍ଷ ୫୦ ହଜାର କୋଭିସିଲଡ଼ ଟିକା। ଏହି ଟିକାକୁ ତୁରନ୍ତ ବିଭିନ୍ନ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯିବ। ଆସନ୍ତାକାଲି ଠାରୁ ଟିକା ଉତ୍ସବ ଆୟୋଜନ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏକ ଲକ୍ଷ ୨୬ ହଜାର ଡୋଜ କୋଭିସିଲଡ଼ ଟିକା ଅଛି।  ଦିନକୁ ଅଢେଇ ଲକ୍ଷ ଟିକାର ଆବଶ୍ୟକତା ରହିଛି। ୧୦ ଦିନକୁ ଟାର୍ଗେଟ କରି ୨୫ ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଲେଖିଥିଲୁ। ତେବେ ୨ ଲକ୍ଷ ୫୦ ହଜାର ଟିକା ପହଞ୍ଚିଛି। ପର୍ୟ୍ୟାୟ କ୍ରମେ ଟିକା ପହଞ୍ଚି ଟିକାର ଅଭାବ ଦୂର ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ମୋଟ ୧୪୭୬ ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। ଟିକାର ଅଭାବ ଯୋଗୁଁ ପ୍ରାୟ ୭ ଶହ କେନ୍ଦ୍ର ବନ୍ଦ ଥିଲା। ଶୁକ୍ରବାର ପୁଣି ୧୧ ଶହ କାର୍ୟ୍ୟକ୍ଷମ ହୋଇଛି। ରବିବାର ଠାରୁ ଟିକା ଉତ୍ସବ ଆୟୋଜନ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ  ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button