ଆଇପିଏଲ ୨୦୨୪: ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କଲା ଗୁଜୁରାଟ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟାନ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ୨୦୨୪ ଆଇପିଏଲ ର ଦ୍ୱାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବୋଲରମାନେ ଗୁଜୁରାଟ ପାଇଁ ଚମତ୍କାର କରିଥିବା ବେଳେ ବ୍ୟାଟିଂର ମଧ୍ୟ ବ୍ୟାଟରମାନେ ଧୂଆଁଧାର ବ୍ୟାଟିଂ କରି ଟିମକୁ ଜିତାଇଥିଲେ। ଟାର୍ଗେଟକୁ ପିଛା କରି ସାଇ ସୁଦର୍ଶନ ଗୁଜରାଟ ପାଇଁ ୪୫ ରନର ଇନିଂସ ଖେଳିଥିଲେ ଏବଂ ବୋଲିଂରେ ମୋହିତ ଶର୍ମା ସନରାଇଜର୍ସ ଦଳର ୩ ଟି ୱିକେଟ୍ ନେଇ ବଡ ସ୍କୋର କରିବାକୁ ଅଟକାଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୨/୮ ରନ୍ ସ୍କୋର କରିଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ମାର୍କ ଅତିକ୍ରମ କରିପାରିନଥିଲେ। ଗୁଜୁରାଟର ବୋଲରମାନେ ଟ୍ରାଭିସ୍ ହେଡ୍, ହେନ୍ରିଚ୍ କ୍ଲାସେନ୍ ଏବଂ ଏଡନ୍ ମାର୍କରମଙ୍କ ପରି ମହାନ ବ୍ୟାଟ୍ସମ୍ୟାନମାନଙ୍କୁଙ୍କୁ ବାନ୍ଧି ରଖିଥିଲେ। ତେବେ ଏହି ଲକ୍ଷ୍ୟକୁ ଗୁଜୁରାଟ ୧୯.୧ ଓଭରରେ ପୂରଣ କରିଥିଲା।

Related Articles

Leave a Reply

Your email address will not be published.

Back to top button