ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଗତକାଲି ସେ ଅଭିମାନରେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏଥର ମଧ୍ୟ ବିଜେଡି ଟିକେଟ ଦେବ ନାହିଁ ବୋଲି ଅନୁଭବ କରିବା ପରେ ଆକାଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସଭାପତି ମନମୋହନ ସାମଲ ଆକାଶଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏଥିରେ ଆକାଶଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ, କୋରେଇର ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button