ବିଜେଡିରେ ସାମିଲ ହେଲେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର: ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେ ଶଙ୍ଖଭବନରେ ତାଙ୍କର ପୁରୁଣା ଘରକୁ ଫେରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ତାଙ୍କ ସହିତ ସରପଞ୍ଚ ତାରିଣୀ ସିଂ, କୁଲମନି ନାୟକ, ଚନ୍ଦ୍ରମଣି ମୁର୍ମୁ, ଅନ୍ନପୂର୍ଣ୍ଣା ସିଂ, ବସନ୍ତ ସିଂ, ବାବାମଣି ମାର୍ଣ୍ଡି, ଭାଗବତ ଖିଲାର, ବିନିତା ମଢେଇ, ରଜନୀ ଗିରି, ଅହଲ୍ୟା ନାୟକ, ରାଜୀବ ଦାସ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ଗଙ୍ଗାଧର ମିଶ୍ର, ଅକ୍ଷୟ ବେହେରା, ଉପେନ୍ଦ୍ର ବେହେରା, ଚିତ୍ତରଞ୍ଜନ ମହାନ୍ତି, ଅଶୋକା ନାୟକ ବିଜେପି ଛାଡି ବିଜେଡି ଆସିଛନ୍ତି। ୨୦୧୪ ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ। ହେଲେ ଦଳ 2019 ରେ ଟିକେଟ ନ ଦେବାରୁ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ।

Related Articles

Leave a Reply

Your email address will not be published.

Back to top button