ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିସାରିଛି । ୨୪ ମହାସମର ପାଇଁ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ଏବେ ପ୍ରାର୍ଥୀ ଚୟନରେ ବ୍ୟସ୍ତ । ସବୁଦଳରେ ଏକାଧିକ ଆଶାୟୀ ଥିବାବେଳେ ସମସ୍ତେ ନିଜ ନିଜର ସଙ୍ଗଠନ ଜରିଆରେ ସମର୍ଥନ ଜୁଟାଇବାରେ ଲାଗି ପଡିଛନ୍ତି । ଏଭଳି ପରିସ୍ଥିତିରେ କାହା ଭାଗରେ ଟିକେଟ୍ ପଡିବ ଓ କାହାର କଟିବ, ତାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ ମଧ୍ୟ କେହି ଆଶା ଛାଡିନାହାନ୍ତି ।  ଏହାରି ଭିତରେ ଭୁବନେଶ୍ୱରସ୍ଥ ଶଙ୍ଖ ଭବନ ସାମନାରେ ଚିଲିକା ବିଜେଡି କର୍ମୀଙ୍କ ମେଳି ଦେଖିବାକୁ ମିଳିଛି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଗ୍ରୀନ ସିଗନାଲ ମିଳିବା ପରେ ଚିଲିକା ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି । ବିଜେଡି କର୍ମୀମାନେ ଆଜି ଶଙ୍ଖଭବନ ଆଗରେ ପ୍ରତିବାଦ କରିଛନ୍ତି । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକମାନେ ପ୍ରତିବାଦ କରିଛନ୍ତି । ରଘୁନାଥଙ୍କୁ ୨୦୨୪ରେ ବିଜେଡି ଟିକେଟ ଦେଉ ବୋଲି କହିଛନ୍ତି ସମର୍ଥକ । ପ୍ରସନ୍ନ ପାଟ୍ଟଶାଣୀ ଦୀର୍ଘ ୫୦ ବର୍ଷ ହେବ ଚିଲିକା ଯାଇନାହାନ୍ତି ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ତାଙ୍କ ବଦଳରେ ରଘୁନାଥଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି ସମର୍ଥକ । ହାତରେ ପ୍ଲାକାର୍ଡ ଧରି ରଘୁ ସାହୁଙ୍କ ସପକ୍ଷରେ ନାରା ପକାଇଛନ୍ତି ସମର୍ଥକ । ଏନେଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ କିଛି ଫରକ ପଡ଼ିବନି । ଚିଲିକା ମୋ ଘର, ଯିଏ ବି ବିରୋଧ କରିବ କିଛି ଫରକ ବଡ଼ିବନି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି ।  ପ୍ରକାଶ ଯେ ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏନେଇ ପୂର୍ବରୁ କହିଥିଲେ ଯେ ଚିଲିକା ମୋ ଗାଁ, ପାଖ ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି। ଦଳ ମୋତେ ଯେଉଁଠୁ ଦାୟିତ୍ୱ ଦେବ ମୁଁ ରାଜି।

Related Articles

Leave a Reply

Your email address will not be published.

Back to top button