ଝାଡଖଣ୍ଡରେ ବିଜେପିକୁ ଝଟକା: କଂଗ୍ରେସ ସହ ହାତ ମିଳାଇଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡର ମାଣ୍ଡୁ ଆସନରୁ ବିଜେପି ବିଧାୟକ ଜୟ ପ୍ରକାଶ ପଟେଲ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଏହି ଅବସରରେ ଝାଡଖଣ୍ଡ କଂଗ୍ରେସ ସଭାପତି ରାଜେଶ ଠାକୁର ଏବଂ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ଉପସ୍ଥିତ ଥିଲେ। ପ୍ରକାଶ ପଟେଲଙ୍କ କଂଗ୍ରେସରେ ଯୋଗ ଦେବା ଦ୍ୱାରା ଦଳ ଉପକୃତ ହେବ ବୋଲି ଝାଡଖଣ୍ଡର ମନ୍ତ୍ରୀ ଆଲମଗିରି ଆଲାମ କହିଛନ୍ତି। କଂଗ୍ରେସ ସହ ହାତ ମିଳାଇବା ପରେ ଜୟ ପ୍ରକାଶ ପଟେଲ କହିଛନ୍ତି ଯେ, ସେ କାହା ଉପରେ ଅଭିଯୋଗ କରୁନାହାଁନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ସେ କେବଳ ବିଜେପି ପାଇଁ ନୁହେଁ ବରଂ ଏନଡିଏ ମେଣ୍ଟ ପାଇଁ ପ୍ରଚାର କରିଥିଲେ। ଆମେ ଭାବୁଥିଲୁ ଆମେ ଝାଡଖଣ୍ଡର ଲୋକଙ୍କ ପାଇଁ କାମ କରିବାକୁ ସମର୍ଥ ହେବୁ, କିନ୍ତୁ ତାହା ହୋଇପାରିଲା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ବାପା ଟେକ୍ ଲାଲ ମହତୋ ଜଣେ ଅଗ୍ରଣୀ ଯୋଦ୍ଧା ଥିଲେ, ଆମେ ଭାବୁଥିଲୁ ଯେ, ଏନଡିଏରେ ଯୋଗଦେବା ଦ୍ୱାରା ଆମେ ତାଙ୍କ ଦର୍ଶନକୁ ଆଗକୁ ବଢାଇବୁ, କିନ୍ତୁ ଏପରି ପରିବେଶ ସୃଷ୍ଟି ହୋଇନାହିଁ। ଆମେ ଝାଡଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟକୁ ମଜବୁତ କରିବୁ। ପ୍ରକାଶ ପଟେଲଙ୍କୁ କଂଗ୍ରେସ ହଜରିବାଗ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। ବିଜେପି ମନୀଷ ଜୟସ୍ଵାଲଙ୍କୁ ହାଜରିବାଗ ଆସନରୁ ପ୍ରାର୍ଥୀ କରିଛି। ଜୟସ୍ଵାଲ ହେଉଛନ୍ତି ସଦର ବିଧାୟକ।

Related Articles

Leave a Reply

Your email address will not be published.

Back to top button