ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବିଶେଷକରି ଆଜି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ପୁରୀ, କଟକ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆ ସମୟରୁ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ। ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ନେଇ ଯାଜପୁର, କଟକ, ନୟାଗଡ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲେ ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଅନୁଗୁଳ, ବୌଦ୍ଧ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର । ସେହିପରି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ମଧ୍ୟ ଜାରି ରହିବ । ସେହିପରି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ । ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ବିଶେଷ ଭବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ ନେଇ ଚାଷୀକୂଳକୁ ଚେତାବନୀ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button