୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି କୋହଲି ୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ? ବିରାଟ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଏକ ବଡ ରିପୋର୍ଟ ନିଶ୍ଚିତ ଭାବେ ସାମ୍ନାକୁ ଆସିଛି। କୋହଲିଙ୍କ ଖେଳ ସମ୍ପର୍କରେ ତାଙ୍କ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ESPNcricinfo ରିପୋର୍ଟ ଅନୁଯାୟୀ କିଙ୍ଗ କୋହଲି କ୍ରିକେଟ୍ ପଡ଼ିଆକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ଆରସିବି କ୍ୟାମ୍ପରେ ଯୋଗ ଦେଇନାହାଁନ୍ତି, ମାର୍ଚ୍ଚ ୨୨ ତାରିଖରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ପୂର୍ବରୁ ସେ ବେଙ୍ଗାଲୁରୁର ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଦଳରେ ଯୋଗଦେବେ।

Related Articles

Leave a Reply

Your email address will not be published.

Back to top button