ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମମତାଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ: ବୁଧବାର ନିର୍ବାଚନ କମିଶନ (ଇସି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ମମତା ସାମ୍ପ୍ରଦାୟିକତାର ଦ୍ବାହି ଦେଇ ଭୋଟ ମାଗିବା ଅଭିଯୋଗରେ ତାଙ୍କୁ ନୋଟିସ କରାଯାଇଛି। ୪୮ ଘଣ୍ଟା ଭିତରେ ଉତ୍ତର ଦେବା ପାଇଁ ଇସି କହିଛନ୍ତି। ଏପ୍ରିଲ ୩ ତାରିଖରେ ହୁଗୁଲିରେ ନିର୍ବାଚନ ପ୍ରଚାର ବେଳେ ମମତା ମୁସଲିମ ଭୋଟରଙ୍କୁ ଭାଗ ଭାଗ ନ ହୋଇ ଏକାଠି ହୋଇ ଟିଏମସି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ବିଜେପି ଅର୍ଥରେ ଅସୁରମାନେ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ମୁଁ ହାତଯୋଡ଼ି ନିବେଦନ କରୁଛି ଯେ ଆପଣମାନେ ମିଳିତ ଭାବେ ଆମ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ମମତା କହିଥିଲେ। ମମତାଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲା। ଏନେଇ ଅଡିଓ ଓ ଭିଡିଓ ଫୁଟେଜ ବି ଦେଖାଇଥିଲା। ଏସବୁକୁ ଯାଞ୍ଚ କରିବା ବେଳେ ଇସି ମୁଖ୍ୟମନ୍ତ୍ରୀ ମମତାଙ୍କୁ ନୋଟିସ କରିଥିବା ଜଣାପଡ଼ିଛି। ମୁସଲିମ ଭୋଟ ପାଇବା ପାଇଁ ମମତା ଖୋଲାଖୋଲି ଅପିଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ଟିପ୍ପଣୀ ରଖିଛନ୍ତି। ସେ କହିଛନ୍ତି ଯେ ସଂଖ୍ୟାଲଘୁଙ୍କ ସମର୍ଥନ ହରାଇ ସାରିଥିବାରୁ ଦିଦି ଏପରି ନିବଦେନ କରିବା ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ୩ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା ବେଳେ ଆଉ ୫ ପର୍ଯ୍ୟାୟ ମତଦାନ ବାକି ରହିଛି।

Related Articles

Leave a Reply

Your email address will not be published.

Back to top button