ପ୍ରଥମ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହେଲା ତେଜସ୍ ଯୁଦ୍ଧ ବିମାନ, ପାଇଲଟ୍ ସୁରକ୍ଷିତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ତେଜସ୍ ବିମାନ ଜୈସଲମେରର ପୋଖରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୈସଲମେର ସହରର ଲକ୍ଷ୍ମୀଚାନ୍ଦ ସାୱଲ କଲୋନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ସିଧାସଳଖ ମେଘୱାଲ ହଷ୍ଟେଲରେ ପଡ଼ିଥିଲା ଏବଂ ପରେ ଏହା ବିସ୍ଫୋରଣ ହେଲା। ଅଧିକାରୀ କହିଛନ୍ତି ଯେ, ବିମାନରେ ଉପସ୍ଥିତ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଟ୍ରେନିଂ ଅପରେସନ୍ ସମୟରେ ଭାରତୀୟ ବାୟୁସେନା ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button