୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖ ଦିନ ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିିତ ପରୀ ମାମଲାର ଶୁଣାଣି ହେବ । ଏ ନେଇ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲଙ୍କ କୋର୍ଟରେ ତାରିଖ ଧାର୍ଯ୍ୟ କରାଯାଇଛି । ପରୀ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ସ୍ୱାସ୍ତିକ ଦଳେଇ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ବିଚାରପତି ଏ.ଏମ.ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ଗତ ଫେବୃୟାରୀ ୨୨ ତାରିଖରେ ରେଜିଷ୍ଟ୍ରାର କୋର୍ଟ ଜବାବୀ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଥିଲେ ।

ତଦନୁଯାୟୀ ରାଜ୍ୟ ସରକାର ଗତ ମାସ ୨୭ ତାରିଖରେ ୯୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଥିଲେ । ଏଥିରେ ସିବିଆଇ ତଦନ୍ତର ଆବଶ୍ୟକତା ନଥିବା ଦର୍ଶାଇଥିଲେ । ଆବେଦନକାରୀ ପକ୍ଷରୁ ଦାଖଲ ରିଟ୍ ପିଟିସନକୁ ଭିତ୍ତିକରି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନୋଟିସ ଜାରି କରିବା ସହ ଜବାବ ତଲବ କରିଥିଲେ । ମାତ୍ର, ସିବିଆଇ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇନଥିବା ଜଣାପଡ଼ିଛି । ଆସନ୍ତା ୧୯ ତାରିଖ ଶୁଣାଣି ସମୟରେ ସିବିଆଇ ଜବାବ ଦାଖଲ କରିବାର ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published.

Back to top button