ରୁଦ୍ରଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ବେଶ କମିଛି । ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ପୂରା ଦମରେ ପ୍ରଚାର କାର୍ଯ୍ୟ ଆଗେଇ ନେଉଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ତେବେ ସେ ସିଧାସଳଖ ପିପିଲି ଯାଇ ପ୍ରଚାର କରିବେ ନା ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବେ, ତାହା ସ୍ପଷ୍ଟ ହୋଇ ନାହିଁ । ଗତ ବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନରେ ଭର୍ଚୁଆଲ ପ୍ଲାଟଫର୍ମରେ ନବୀନ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ପିପିଲି ପାଇଁ ବିଜେଡି ସେହି ଧାରାରେ ଯିବ ନା ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି ।

Related Articles

Leave a Reply

Your email address will not be published.

Back to top button