ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ ୩ ନୂତନ ଆପରାଧିକ ଆଇନ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ ତିନୋଟି ନୂତନ ଆପରାଧିକ ଆଇନ କାର୍ୟ୍ୟକାରୀ ହେବ ଏବଂ ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥା ବଦଳିବ। ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରମାଣ ଆଇନ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଜୁଲାଇ ପହିଲା ୨୦୨୪ରୁ କାର୍ୟ୍ୟକାରୀ ହେବ। ନୂତନ ଆପରାଧିକ ଆଇନ କାର୍ୟ୍ୟକାରୀ ହେବାର ତାରିଖ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ତିନୋଟି ବିଜ୍ଞପ୍ତି ଜାରି କରିଛି। ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନଗୁଡିକ ପାରିତ ହୋଇଥିଲା ଏବଂ ୨୫ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା। ଏହା ପରେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ଆଇନଗୁଡ଼ିକର କାର୍ୟ୍ୟକାରିତା ତାରିଖ କହିଛି।

Related Articles

Leave a Reply

Your email address will not be published.

Back to top button