ଆଇଜର୍ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର:  ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁରେ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକାର୍ପଣ ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୧୫ ମସିହା ଅଗଷ୍ଟ ପହିଲାରେ ବ୍ରହ୍ମପୁର ଠାରେ ଆଇଜର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୨୦୧୭ ମସିହା ଠାରୁ ଅସ୍ଥାୟୀ କ୍ୟାମ୍ପସରେ ଗବେଷଣା ଆରମ୍ଭ ହୋଇଥିବା ବେଳେ ୨୦୧୯ ମସିହାରୁ ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୧୫୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେଶର ସପ୍ତମ ଆଇଜର କୁହାଯାଉଥିବା ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Related Articles

Leave a Reply

Your email address will not be published.

Back to top button