ରେଳ ଲାଇନରେ ୪ ମୃତଦେହ ଠାବ

ଭୁବନେଶ୍ବର : ଓଡିଶା-ଝାଡଖଣ୍ଡ ସୀମାନ୍ତ ରେଳ ଲାଇନରେ ଶନିବାର ଠାବ ହୋଇଛି ୪ ମୃତଦେହ। ବିମଳାଗଡ-କିରିବୁରୁ ରେଳ ଟ୍ରାକ୍‌‌ ପାଖରେ ୪ ମୃତଦେହ ଠାବ ହୋଇଛି। ୨ଟି ମୃତଦେହ ଅଖା ଭିତରେ,ଆଉ ୨ଟି ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ଶିଶୁଙ୍କ ମଧ୍ୟରେ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ହୋଇଥିବା ବେଳେ ଆଉ ଜଣେ ୮ ମାସର ଶିଶୁ ପୁତ୍ର ବୋଲି ଜଣାଯାଇଛି। ସେମାନଙ୍କ ପରିଚୟ ମିଳି ପାରିନି। ପୁରୁଷ ଓ ମହିଳାଙ୍କ ମୃତଦେହ ଅଖା ଭିତରେ ସିଲ୍ ହୋଇ ଟ୍ରାକ୍‌ ବାହାରେ ପଡ଼ିଥିବା ବେଳେ ଦୁଇ ଶିଶୁଙ୍କ ମୃତଦେହ ଟ୍ରାକ୍‌ରେ ପଡ଼ି ରହିଛି। ଟ୍ରାକ୍‌‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ ଏମାନଙ୍କୁ ବୀଭତ୍ସ ହତ୍ୟା କରି ଟ୍ରାକ୍‌‌ରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଏକ ପରିବାରର ସଦସ୍ୟ ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published.

Back to top button