ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ :ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ।  ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି।  ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ବେଞ୍ଚ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ବେଞ୍ଚରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ବିଆର ଗାଭାଇ, ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ର ମଧ୍ୟ ସାମିଲ ଅଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି କଳା ଟଙ୍କାକୁ ରୋକିବା ପାଇଁ ନିର୍ବାଚନ ବଣ୍ଡ କେବଳ ଏକ ଯୋଜନା ନୁହେଁ। ଏହା ପାଇଁ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଅଛି। ସେ କହିଛନ୍ତି କଳା ଟଙ୍କା ରୋକିବା ଉଦ୍ଦେଶ୍ୟରେ ସୂଚନା ଅଧିକାରର ଉଲ୍ଲଂଘନ ଯଥାର୍ଥ ନୁହେଁ। ସରକାରଙ୍କ ଟଙ୍କା କେଉଁଠୁ ଆସୁଛି ଏବଂ କେଉଁଠିକୁ ଯାଉଛି ନାଗରିକମାନେ ଜାଣିବାର ଅଧିକାର ରହିଛି। ପ୍ରଧାନ ବିଚାରପତି କହିଛନ୍ତି ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ପାଣ୍ଠି ବିଷୟରେ ଭୋଟରଙ୍କ ଜାଣିବାର ଅଧିକାର ରହିଛି। ରାଜନୈତିକ ଦଳଗୁଡିକର ପାଣ୍ଠି ବିଷୟରେ ସୂଚନା ରହିବା ଦ୍ୱାରା ଲୋକମାନେ ସେମାନଙ୍କର ଫ୍ରାଞ୍ଚାଇଜ ଚଳାଇବା ପାଇଁ ସ୍ପଷ୍ଟତା ପ୍ରଦାନ କରନ୍ତି। ନିର୍ବାଚନ ବଣ୍ଡ ଯୋଜନାକୁ ଅଣସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button