ଗଞ୍ଜାମର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକଙ୍କୁ ସାତୋଟି ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ଭୁବନେଶ୍ୱର: ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ। ଏହି ୭ ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ?ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯାଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିକୁ ଦୁଇ ଗୁଣା କରି ୧୦ ହଜାର ଟଙ୍କା କରିଛନ୍ତି। ୨୦୨୩ ମସିହା ଅଗଷ୍ଟ ମାସରୁ ପଂଜିକୃତ ସବୁ ଗର୍ଭବତୀ ମହିଳା ଏହି ସହାୟତା ରାଶି ପାଇବେ। ଆସନ୍ତା ୨୧ ତାରିଖ ରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।ତେବେ ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା କେତେ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମହିଳା ଓ ଶିକ୍ଷାର୍ଥୀମାନେ ୫ ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ ବୋଲି ଆସିଥିଲା ଉତ୍ତର।
ସେହିଭଳି ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି କେତେ ବୃଦ୍ଧି ହୋଇଛି ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ୫୦୦ଟଙ୍କାରୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସବୁ ମଧୁବାବୁ ପେନସନ ହିତାଧିକାରୀ ସର୍ବନିମ୍ନ ହଜାରେ ଟଙ୍କା ଭତ୍ତା ପାଇବେ। ନୂଆ-ଓ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ବୃତ୍ତି ମିଳିବ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଛାତ୍ରମାନେ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀମାନେ ୧୦ ହଜାର ଟଙ୍କା ବୃତ୍ତି ପାଇବେ। ଏହି ବୃତ୍ତି ରାଜ୍ୟର ସବୁ ସରକାରୀ କଲେଜର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପାଇବେ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଯୋଜନା ଦ୍ବାରା ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରିପାରିବେ।ବିଏସକେୱାଇ ଯୋଜନାରେ ମହିଳାମାନେ କେତେ ଟଙ୍କାର ଚିକିତ୍ସା ସୁବିଧା ପାଇପାରୁଛନ୍ତି।ଏହି ପ୍ରଶ୍ନରେ ଉପସ୍ଥିତ ମହିଳାମାନେ ୧୦ଲକ୍ଷ ଟଙ୍କା ବୋଲି ଉତ୍ତର ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ ବିକାଶ ପାଇଁ ଚିନ୍ତା କରୁଛନ୍ତି।ସବୁ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି। ନିକଟରେ ଆରମ୍ଭ ହୋଇଥିବା ସ୍ବୟମ ଯୋଜନାରେ କେତେ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯାଉଛି ବୋଲି ଫାଇଭ ଟି ଅଧ୍ୟକ୍ଷ ପଚାରି ଥିଲେ।ଏହାର ଉତ୍ତରରେ ମହିଳାମାନେ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଓ ଯୁବକମାନେ ଏକଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ ବୋଲି ସମବେତ ଜନତା ଉତ୍ତର ଦେଇଥିଲେ। ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇ ପାରୁଛନ୍ତି।ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କ ବିକାଶ ହେଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ।

Related Articles

Leave a Reply

Your email address will not be published.

Back to top button