ଶେରଗଡ ପଞ୍ଚାୟତକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଶେରଗଡ଼କୁ ଏନଏସି ମାନ୍ୟତା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଏସି ମାନ୍ୟତା ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶେରଗଡ଼ ଠାରେ ଆୟୋଜିତ ଏକ ସଭାରେ ଜନସାଧାରଣ ସମ୍ବୋଧନ କରିବା ଅବସରରେ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେରଗଡ଼କୁ ଏନଏସି ମାନ୍ୟତା ସମ୍ପର୍କରେ ଘୋଷଣା କରିଛନ୍ତି ।  ଏହାସହ ଶେରଗଡ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ୫-ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ୟ୍ୟକ୍ରମ ହିଞ୍ଜିଳି ଶେରଗଡରୁ ଆରମ୍ଭ ହୋଇଥିଲା । ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର ୮ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି । ଲୋକଙ୍କ ଖୁସି ମୋତେ ବହୁତ ଆନନ୍ଦ ଦେଇଛି । ଖୁବଶୀଘ୍ର ହସ୍ପିଟାଲ ରୂପାନ୍ତରଣ କାମ ଆରମ୍ଭ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published.

Back to top button