ଏନଡିଏରେ ଯୋଗଦେଲେ ଜୟନ୍ତ ଚୌଧୁରୀ, ଇଣ୍ଡି ମେଣ୍ଟକୁ ବଡ ଝଟକା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ଶେଷରେ ଏନଡିଏରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ ଜୟନ୍ତ ଚୌଧୁରୀ ଇଣ୍ଡି ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେବେ ବୋଲି ଜଣାପଡିଥିଲା। ଶେଷରେ ସେହି ଚର୍ଚ୍ଚା ସତରେ ପରିଣତ ହୋଇଛି। ଏ ସମ୍ପର୍କରେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି। ପରିସ୍ଥିତି ଏପରି ଥିବାରୁ ଆମକୁ ଅଳ୍ପ ସମୟ ମଧ୍ୟରେ ଏହି ନିଷ୍ପତ୍ତି ନେବାକୁ ପଡିଲା। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ଆମର ସମସ୍ତ ବିଧାୟକ ଏବଂ କର୍ମୀଙ୍କର ସମର୍ଥନ ରହିଛି।

Related Articles

Leave a Reply

Your email address will not be published.

Back to top button