ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି, ଦିନରେ ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ରାଜ୍ୟର କରୋନା ପରିସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହୁ କହୁ ଏକ ବଡ଼ କଥା କହିଛନ୍ତି । କରୋନା ପରିସ୍ଥିତି ନେଇ ରାଜ୍ୟର ୧୦ଟି ଜିଲ୍ଲାରେ  ନାଇଟ  କର୍ଫ୍ୟୁ ସମ୍ପର୍କରେ ଘୋଷଣା କରାଯାଇଥିବାବେଳେ ଏଣିକି ରାଜ୍ୟରେ ଦିନବେଳେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ବାଚସ୍ପତି କହିଛନ୍ତି ।   ସେ କହିଛନ୍ତି ଯେ,  ଆସନ୍ତା ୪/୫ ଦିନ ମଧ୍ୟରେ ଦିନରେ କର୍ଫ୍ୟୁ ଲାଗୁ ହୋଇପାରେ ।  ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇପାରେ ।  ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁଧ୍ୟାନ କରୁଥିବା  ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ସେହିପରି  କରୋନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାଚସ୍ପତି କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button