ଆଜିଠୁ ଏକାମ୍ର ଉତ୍ସବ

ଭୁବନେଶ୍ୱର: ଆଜିଠୁ ଏକାମ୍ର ଉତ୍ସବ। ରାଜଧାନୀ ଭୁବନେଶ୍ୱରରେ ଲାଗିବ ଉତ୍ସବର ମହାମେଳା। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଏକାମ୍ର ଉତ୍ସବ, ଭୁବନେଶ୍ୱର କାହାଣୀ ଉତ୍ସବ, ଆମ ବ୍ୟଞ୍ଜନ ଉତ୍ସବ, ମୋ ଭାଷା ମୋ ଗୌରବ ପ୍ରଦର୍ଶନୀ ଓ ରାତ୍ରିକାଳୀନ ବଜାର ଏହାସହ ଏକାଧିକ କାର୍ୟ୍ୟକ୍ରମ ଉଦ୍ଘାଟନ ହେବାକୁ ଯାଉଛି। ଏହାକୁ ନେଇ ପାର୍କ ଠାରୁ ଆରମ୍ଭ କରି ରାସ୍ତା ଘାଟ, ଫୁଟ୍ପାଥ୍, ସହରର ବିଭିନ୍ନ କାନ୍ଥବାଡ଼, ମ୍ୟୁଜିୟମ୍, ସରକାରୀ କାର୍ୟ୍ୟାଳୟ ଆଦି ସଜେଇ ହୋଇଛି। ସାଜସଜ୍ଜା ଏବଂ ସହରର ଭିଡ଼କୁ ଦେଖି ଲାଗୁଛି ପୂରା ରାଜଧାନୀ ଉତ୍ସବମୁଖର ହେବାକୁ ଯାଉଛି। ଶନିବାର ସନ୍ଧ୍ୟା ୬ଟାରେ ଉଦ୍ଘାଟିତ ହେବ ଏକାମ୍ର ଉତ୍ସବ।
ଏକାମ୍ର ଉତ୍ସବର ସାଂସ୍କୃତିକ କାର୍ୟ୍ୟକ୍ରମ ସଙ୍ଗୀତ ମୂର୍ଚ୍ଛନାର ପ୍ରଥମ ସନ୍ଧ୍ୟାରେ ସ୍ମୃତି ତୁମେ ଅକ୍ଷୟଟ୍ଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁ ପ୍ରମୁଖ କଳାକରମାନଙ୍କୁ ଦେଖିବାକୁ ମିଳିବ। ଏହା ସହ ରବିବାର ସନ୍ଧ୍ୟାରେ ଆୟୋଜିତ ହେବ ‘ସଙ୍ଗୀତର ତାଳେ ତାଳେଟ୍ଟ’ କାର୍ୟ୍ୟକ୍ରମ। ଏଥିରେ ଅନୁରାଧା ପୌଡୱାଲ, ସୁରେଶ ୱାଡେକର ଆକର୍ଷଣର କେନ୍ଦ୍ର ପାଲଟିବେ। ସେହିପରି ସୋମବାର ‘ଅଭୁଲା ଅତୀତ’ କାର୍ୟ୍ୟକ୍ରମରେ ସନମ୍ ପୁରୀ ଲାଇଭ୍ ରହିବେ। ୬ ଫେବୃଆରୀରେ ଭାଷା ହିଁ ଭବିଷ୍ୟତକୁ କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କର ପରିଚାଳନା କରିବେ। ୭ ଫେବୃଆରୀରେ ବସନ୍ତର ସ୍ୱର ନାମକ କାର୍ୟ୍ୟକ୍ରମରେ ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ରୁତୁରାଜ ମହାନ୍ତିଙ୍କୁ ଦେଖିବାକୁ ମିଳିବ। ୮ ଫେବୃଆରୀ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଓ ୯ ଫେବୃଆରୀରେ ‘ତୁମେ ଚାହିଁଲ ବୋଲିଟ୍ଟ’ କାର୍ୟ୍ୟକ୍ରମରେ ପ୍ରସିଦ୍ଧ ବଲିଉଡ୍ ତାରକା ଜୁବିନ୍ ନୌଟିଆଲ୍ଙ୍କୁ ଦେଖିବାକୁ ମିଳିବ।ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।