ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ‘‘

ଭୁବନେଶ୍ୱର: ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ରାଜ୍ୟପାଳ ରଘୁବର ଦାସ ଏହି ସିନେମା ଦେଖିବେ ବୋଲି କଥା ଦେଇଛନ୍ତି । ଏଥି ପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଅଜି ରାଜ୍ୟପାଳ ଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ ଓ ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଚଳଚ୍ଚିତ୍ରର ଟ୍ରେଲର୍ ଦେଖି ରାଜ୍ୟପାଳ ଖୁବ୍ ପ୍ରଶଂସା କରିଛନ୍ତି ଓ ଚଳଚ୍ଚିତ୍ର ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ।
ଶାନ୍ତି ଆପାର୍ଟମେଣ୍ଟ ଏକ ଭିନ୍ନ ଧରଣର ସିନେମା । ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ସଂଳାପ ଦାୟିତ୍ୱରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ୱୟମ ପାଢ଼ୀ । ‘ଶାନ୍ତି ଆପାର୍ଟମେଣ୍ଟ’ର ବିଭିନ୍ନ ଭୂମିକାରେ ଅଛନ୍ତି ଦ୍ୱୀପନ୍ୱିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । ଫିଲ୍ମଟି ଫେବୃଆରୀ ୨ରେ ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ବୋଲି ସୂଚନା ରହିଛି ।

Related Articles

Leave a Reply

Your email address will not be published.

Back to top button