୧୫ଜଣଙ୍କୁ ଫାଶି ଦଣ୍ତାଦେଶ

ନୂଆଦିଲ୍ଲୀ: ଏମିତି ବି ହୋଇପାରେ ଦଣ୍ଡାଦେଶ । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ୧୫ଜଣଙ୍କୁ ଫାଶିଦଣ୍ଡ ଦିଆଯାଇଛି । କେରଳର ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟ ମୋଟ ୧୫ଜଣଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।ସମସ୍ତ ୧୫ଜଣ ଦୋଷୀ ପିଏଫଆଇ କର୍ମୀ ବୋଲି ସୂଚନା ମିଳିଛି ।  ୨୦୨୧ ମସିହାରେ ଦୁର୍ବୃତ୍ତମାନେ ଘରେ ପଶି ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କୁ ହତ୍ୟା କରିଥିଲେ । ମା’, ସ୍ତ୍ରୀ ଓ ଝିଅ ଆଗରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ରଞ୍ଜିତଙ୍କୁ ହତ୍ୟା କରିଥିଲେ ।   ୨୦୨୧ ଡିସେମ୍ବର ୧୯ରେ ରଣଜିତ୍‌ଙ୍କୁ ଆଲାପ୍ପୁଝାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ ପିଏଫ୍‌ଆଇର ସଦସ୍ୟ ଥିଲେ। ମଙ୍ଗଳବାର ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ମାଭେଲିକ୍କାର ଅତିରିକ୍ତ ଜିଲା ସେସନ କୋର୍ଟ ସମସ୍ତ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ ହତ୍ୟା କରିଥିବା ବେଳେ ଅନ୍ୟ କିଛିଜଣ ଏହି ଅପରାଧିକ ଘଟଣାରେ ସାମିଲ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ମୋଟ ୧୫ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହେବାପରେ ବିଚାରାପତି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଦେଖିବା ପରେ ଏହି ହତ୍ୟା ଘଟଣାରେ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥି‌ଲେ।

Related Articles

Leave a Reply

Your email address will not be published.

Back to top button