କଟକ ରେଳ ଷ୍ଟେସନର ପୁର୍ନବିକାଶର କାର୍ଯ୍ୟ ଯାଞ୍ଚ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆଜି କଟକ ରେଳ ଷ୍ଟେସନର ପୁର୍ନବିକାଶର ଦ୍ୱିତୀୟ ପ୍ରବେଶ ଏବଂ ଜାତୀୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ମାର୍ଗ ଯାଞ୍ଚ କରିଛନ୍ତି। ଜାତୀୟ ରାଜପଥ ପାର୍ଶ୍ୱରୁ ୨ୟ ପ୍ରବେଶ ପଥ ସହିତ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ନିର୍ମାଣ କାର୍ଯ୍ୟ ମଧ୍ୟରେ କଟକ ରେଳ ଷ୍ଟେସନ ସହରର ଉଭୟ ପାର୍ଶ୍ୱକୁ ସଂଯୋଗ କରିବ। କଟକ ଷ୍ଟେସନର ଜାତୀୟ ରାଜପଥ ପାର୍ଶ୍ୱ ପ୍ରବେଶ ପଥ ବିମାନବନ୍ଦର ପରି ଦେଖାଯାଉଛି ଏବଂ ଯାତ୍ରୀମାନଙ୍କ ଯାତାୟାତ ପାଇଁ ପ୍ରଶସ୍ତ ଅଞ୍ଚଳ ମଧ୍ୟ ଯୋଗାଇ ଦିଆଯାଇଛି। ଜାତୀୟ ରାଜପଥ ଓ ଷ୍ଟେସନର ସଂଯୋଗ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ସହିତ ଉନ୍ନତ ପାର୍କିଂ ସୁବିଧା ବ୍ୟତୀତ ଅଧିକ ନୂତନ ଯାତ୍ରୀ ପରିସେବା ଯୋଗାଇବ। ଏହା ବ୍ୟତୀତ ଏସ୍କାଲେଟର, ଲିଫ୍ଟ ଏବଂ ସିଡ଼ି ଭଳି ଆଧୁନିକ ସୁବିଧା ଯୋଗାଇ ଦିଆଯାଉଛି। କଟକ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ପାର୍ଶ୍ୱର ନିର୍ମାଣ କାର୍ଯ୍ୟ ମଧ୍ୟ ଅଗ୍ରଗତି ସହିତ ଆଗେଇଚାଲିଛି। ଏହା ପରେ ଶ୍ରୀ ବୈଷ୍ଣବ କଟକ ଅନ୍ତର୍ଗତ ବିରିବାଟି ନିକଟସ୍ଥ ପରମହଂସ ଠାରେ ସ୍ଥାନୀୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ଲାଇଭ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଅନ୍ତର୍ନିହିତ ଭାବାବେଗ ଶୁଣିଥିଲେ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଜନସାଧାରଣଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସୁବିଧା ଯୋଗାଇବା ପାଇଁ ରେଳ ସର୍ବଦା ପ୍ରତିବଦ୍ଧ। ସ୍ଥାନୀୟ ଲୋକଙ୍କ ଦାବିକୁ ତତକ୍ଷଣାତ ଗ୍ରହଣ କରି ଶ୍ରୀ ବୈଷ୍ଣବ ପରମହଂସ ନିକଟ ରେଳ ଲାଇନ କଡରେ ଆପ୍ରୋଚ ରୋଡ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ମଧ୍ୟ ମଧ୍ୟ କନ୍ଦରପୁରରେ ଫ୍ଲାଏଓଭର ବ୍ରିଜ ଏବଂ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS) କାଉଣ୍ଟର ଅନୁମୋଦନ ଘୋଷଣା କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କୁ ସୁବିଧା ଯୋଗାଇବ।

Related Articles

Leave a Reply

Your email address will not be published.

Back to top button