କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ହୋଇଥିଲା।  ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ସ୍ଥାନ ପାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button