ଏନକାଉଣ୍ଟର: ୩ ମାଓବାଦୀ ନିହତ

ଭୁବନେଶ୍ବର: ମାଓ ସଂଗଠନକୁ ଜୋରଦାର ଝଟକା ଲାଗିଛି । ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ଛତିଶଗଡ଼ ବିଜାପୁରସ୍ଥ ବେଲମୁଟା ଜଙ୍ଗଲରେ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଯେଉଁ ସୂଚନା ଆଧାରରେ ଆରମ୍ଭ ହୋଇଥିଲା ଅପରେସନ । ପାହାଡ ଉପରେ ବେଶ କିଛି ସମୟ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି ।  ମୃତ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ଜଣାଯାଇଛି । ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତଭାବେ ଏହି ଅପରେସନ କରାଯାଇଥିଲା ।  ଏହି ଅବସରରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିଷ୍ଫୋରକ ସହ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।  । ତେବେ ଗୁଳି ବିନିମୟ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।

Related Articles

Leave a Reply

Your email address will not be published.

Back to top button