ଫେବୃଆରୀ ୫ରୁ ବିଧାନସଭା

ଭୁବନେଶ୍ୱର:  ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ । ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ  ଚାଲିବ ବୋଲି ଜଣାଯାଇଛି ।  ଫେବୃଆରୀ  ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବୃଆରୀ  ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର । ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କୁ ବିଧାନସଭାରେ ଘେରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଶେଷରେ ଅଧିବେଶନ ଶେଷ ଦିନ ସମସ୍ତ ବିଧାୟକଙ୍କର ଫଟୋ ସେସନ୍‌ କରାଯିବାର କାର୍ୟ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published.

Back to top button