ଓଡ଼ିଆ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଓଡ଼ିଆ ରାମ ଭଜନ ଗୀତ ‘ଅଯୋଧ୍ୟା ନଗରୀ ନାଚେ ତୁମକୁ ପାଇ’ କୁ ସେୟାର କରିଛନ୍ତି । ସେ ଦେଶର କୋଣ ଅନୁକୋଣରେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ରହିଥିବା ବେଳେ ସମସ୍ତ ଲୋକ ଶ୍ରୀ ରାମଙ୍କ ପାଇଁ ଉତ୍ସଗୀକୃତ ଥିବା ଦର୍ଶାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ”ଭାରତର କୋଣ ଅନୁକୋଣ ଲୋକଙ୍କ ମଧ୍ୟରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତିଭରି ରହିଛି । ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣଙ୍କ ତାଙ୍କ ପାଇଁ ଉତ୍ସର୍ଗୀକୃତ ଭଜନ ପାଇବେ । ଏହିପରି ଓଡ଼ିଆ ଭାଷାରେ ଗୋଟିଏ ପ୍ରୟାସ ହୋଇଛି ।’ କହି ରଖୁଛୁ କି, ‘ଅଯୋଧ୍ୟା ନଗରୀ ନାଚେ ତୁମକୁ ପାଇ’ ଏହି ଭଜନଟିକୁ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି । ଭଜନଟିରେ ମ୍ୟୁଜିକ ସରୋଜ ରଥ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ଅରୁଣ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଓଡ଼ିଆ ଭଜନ ସେୟାର କରିଥିବା ବେଳେ ତାଙ୍କର ଏହି ପୋଷ୍ଟ ଏହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ସମସ୍ତେ ଲାଇକ କରିଥିବା ବେଳେ ସମସ୍ତ ଓଡ଼ିଆ ବେଶ ଖୁସିବ୍ୟକ୍ତ କରିବା ସହ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button