ହସପିଟାଲରେ ସଚିନ ତେନ୍ଦୁଲକର

ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହସପିଟାଲରେ ଭର୍ତି ହୋଇଛନ୍ତି  । ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ  । କିନ୍ତୁ ଆଜି ସେ ହସପିଟାଲରେ ଭର୍ତି ହୋଇଛନ୍ତି  । ଏନେଇ ସଚିନ ଟ୍ୱିଟ କରି ସୂଚନା ଦେଇଛନ୍ତି  । ସଚିନ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତିଯେ, ଆପଣମାନଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ  । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସପିଟାଲରେ ଭର୍ତି ହୋଇଛନ୍ତି  । ଖୁବଶୀଘ୍ର ସେ ଘରକୁ ଫେରିଆସିବେ  । ଆପଣମାନେ ନିଜର ଯତ୍ନ ନେବା ସହ ସୁରକ୍ଷିତ ରୁହନ୍ତୁ ବୋଲି ସଚିନ ଟ୍ୱିଟ କରିଛନ୍ତି  ।

ସୂଚନା ଯୋଗ୍ୟଯେ, ବିଶ୍ୱର ବଡ଼ବଡ଼ ଖେଳାଳୀମାନଙ୍କୁ ନେଇ ରୋଡ଼ ସେଫ୍ଟି ବିଶ୍ୱକପ ସିରିଜ ଆୟୋଜିତ ହୋଇଥିଲା  । ଇଣ୍ଡିଆ ଲିଜେଣ୍ଡସର ନେତୃତ୍ୱ ନେଇଥିବା ସଚିନ ଦଳକୁ ଚମ୍ପିଆନ ବି କରାଇଛନ୍ତି । ତେବେ ଟୁର୍ଣ୍ଣାମେଂଟ ପରେ ସଚିନଙ୍କ ସମେତ ୪ ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା  ।

Related Articles

Leave a Reply

Your email address will not be published.

Back to top button