ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବିଷୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ବିକାଶକୁ ସକାରାତ୍ମକ ଭାବରେ ଆକଳନ କରିଥିଲେ ଏବଂ ଭାରତ-ରୁଷିଆ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବାକୁ ରାଜି ହୋଇଥିଲ । ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ୨୦୨୪ ରେ ବ୍ରିକ୍ସରେ ରୁଷିଆର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button