୧ରେ କାମଚଳା ବଜେଟ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ତେବେ ଫେବୃଆରୀ ୧ରେ ସଂସଦରେ କାମଚଳା ବଜେଟ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ ।  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ କାମଚଳା ବଜେଟ ଉପସ୍ଥାପନ କରାଯିବ । ନିର୍ବାଚନ ପରେ ନବ ନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ସୂଚନା ଅନୁସାରେ ଜାନୁଆରୀ ୩୧ ତାରିଖରେ, ବଜେଟ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ସୂତ୍ର ଅନୁସାରେ ଏହି କାମଚଳା ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ, ପିଏମ୍ କିଶାନ ସମ୍ମାନ ନିଧିକୁ ଦୁଇଗୁଣା କରିପାରନ୍ତି । ଏହା ମହିଳା କୃଷକମାନଙ୍କ ପାଇଁ କରାଯିବାର ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published.

Back to top button