ଓଡିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା: କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର:  ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ହୋଇଛି ବୁଝାମଣା । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ଏହା କହିଛନ୍ତି । ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଂଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button