ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୁଲିସର ମାଷ୍ଟର ପ୍ଲାନ୍

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୁଲିସର ମାଷ୍ଟର ପ୍ଲାନ୍। ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ଲୁଟେରାଙ୍କ ପୋଷ୍ଟର ମାରିଛି। ମେଡିକାଲ, ବସଷ୍ଟାଣ୍ଡ, ରେଳଷ୍ଟେସନର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ପୁଲିସ ଏଭଳି ପନ୍ଥା ଆପଣାଇଛି । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡାଯାଇଛି। ତେବେ ନିଜ ନିଜ ଅଞ୍ଚଳରେ ହୋଇଥିବା ବଡ ଲୁଟପାଟ ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ଫଟୋ ସହ ସେମାନଙ୍କ ପୋଷ୍ଟର ମାରିବାକୁ ସବୁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୁଟେରା ମାନଙ୍କର ଠିକଣା ଜଣାଇଲେ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ ରହିଛି।  ଏହି ଚୋରଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବା ନେଇ ସୂଚନା ରହିଛି।

Related Articles

Leave a Reply

Your email address will not be published.

Back to top button