ଇରାନରେ ଶକ୍ତିଶାଳୀ ବିସ୍ଫୋରଣ: ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଇରାନର କେରମନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ସୋଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ଏହି ବିସ୍ଫୋରଣ ଘଟିଛି। ଇରାନର ଡେପୁଟି ଗଭର୍ଣ୍ଣର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ୨୦୨୦ ମସିହାରେ ଡ୍ରୋନ୍ ଆକ୍ରମଣରେ ଆମେରିକା ଜେନେରାଲ କାସୀମ ସୁଲେମାନିଙ୍କୁ ହତ୍ୟା କରିଥିଲା। ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନେଙ୍କ ପରେ ସୁଲେମାନି ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରାସ୍ତାରେ ଅନେକ ମୃତଦେହ ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button