ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘୋଷଣା :୬୦ ବର୍ଷ ନୁହେଁ ଏଣିକି ୫୦ ବର୍ଷରେ ପାଇବେ ବାର୍ଦ୍ଧକ୍ୟ ଭତ୍ତା

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଭତ୍ତାର ଯୋଗ୍ୟତା ବୟସ ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ କରିବାକୁ ଏବଂ ରାଜ୍ୟରେ କାର୍ଯ୍ୟାଳୟ ସ୍ଥାପନ କରୁଥିବା କମ୍ପାନୀଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରୀ ସଂରକ୍ଷଣ କରିବାକୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ସରକାରଙ୍କ ଚତୁର୍ଥ ବାର୍ଷିକୀରେ ସୋରେନ୍ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ଯୁବକମାନଙ୍କୁ ମାଗଣା କୋଚିଂ ଦେବାକୁ ଘୋଷଣା କରିବା ସହ କେନ୍ଦ୍ରକୁ ଅଭିହିତ କରି କହିଛନ୍ତି ଯେ, ଅନ୍ୟ ରାଜ୍ୟଗୁଡିକ ୧ ଲକ୍ଷ ଛତିଶ ହଜାର କୋଟି ଟଙ୍କା ପାଉଛନ୍ତି, କିନ୍ତୁ ଆମେ ଟଙ୍କା ପାଇ ନାହୁଁ।

Related Articles

Leave a Reply

Your email address will not be published. Required fields are marked *

Back to top button